
ଯାଜପୁର/ଦାନଗଦୀ : ନୀଳାଚଳ ଇସ୍ପାତ କାରଖାନାର କର୍ମଚାରୀ ଓ ଶ୍ରମିକଙ୍କୁ ୩ ମାସ ହେଲା ଦରମା ମିଳିନି। ଏହାର ପ୍ରତିବାଦରେ ଆଜି ଶହଶହ ଶ୍ରମିକ ଓ କର୍ମଚାରୀ ମୁଣ୍ଡଫଟା ଖରାରେ ଆନ୍ଦୋଳନ କରିଥିଲେ। ହେଲେ ସେମାନଙ୍କ ସହିତ କାରଖାନା କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ଆଲୋଚନା ନକରି ଘଟଣାସ୍ଥଳରେ ୧୪୪ଧାରା ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ବର୍ଷେ ହୋଇଗଲା କାମଧନ୍ଦା ହରାଇଥିବା ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ପରିବାର ଭୋକ ଉପବାସରେ ଦିନ କାଟୁଛନ୍ତି। ଆର୍ଥିକ ଦୁଃସ୍ଥିତି ପାଇଁ ବକେୟା ଦରମା ଦିଆଯାଇ ପାରୁନଥିବା କୁହାଯାଉଛି। ତେବେ କେତେକ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କକୁ ଗତ ୨୬ତାରିଖରେ ୧୭କୋଟି ୪୦ଲକ୍ଷ ଟଙ୍କା ଋଣ ପ୍ରତିଶୋଧ କରିଛନ୍ତି। ଯାହାକି କାରଖାନା ବିକ୍ରି ଅର୍ଥରୁ ଭରଣା ହେବାର ବ୍ୟବସ୍ଥା ଥିଲା।
ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ଯେ କର୍ମଚାରୀଙ୍କ ୩ମାସର ମୋଟ ବକେୟା ପ୍ରାୟ ୯କୋଟି ଟଙ୍କା ପ୍ରଦାନ ନକରି ଗୋଟିଏ ବ୍ୟାଙ୍କକୁ କିଭଳି ୧୭କୋଟି ୪୦ଲକ୍ଷ ଟଙ୍କା ଦିଆଗଲା? ଏ ସମ୍ପର୍କରେ ମତାମତ ଦେବାକୁ ଅଧିକାରୀମାନେ ମୁହଁ ଲୁଚାଇବା ଆରମ୍ଭ କରିଛନ୍ତି। ଜୈନିକ ବରିଷ୍ଠ ଅର୍ଥ ବିଭାଗ ଅଧିକାରୀ ଏ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।
The post ବକେୟା ଦରମା ଦାବିରେ ଠିକା ଶ୍ରମିକ, କର୍ମଚାରୀଙ୍କ ଆନ୍ଦୋଳନ : ନୀଳାଚଳରେ ୧୪୪ ଧାରା first appeared on Sambad.
from ଜିଲ୍ଲା – Sambad https://ift.tt/2OiCbpZ
0 Comments