ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗାଁର ତଳ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ବାଡ଼ିରେ ଚାଷ ପାଇଁ କାଙ୍କ ସାହାଯ୍ୟରେ ମାଟି ଖୋଳୁଥିବା ବେଳେ ଏକ ବୋମା ବିସ୍ଫୋରଣ ଘଟି ଗାଁର ନିରୂପମା ବାରିକ (୪୦ବର୍ଷ) ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିବା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। କେହି ଦୁର୍ବୁତ୍ତ ବ।ର୍‌ହା ଶିକାର ପାଇଁ ବୋମା ରଖିଥିଲା ଓ ମାଟି ଖୋଳିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

The post ବାଡ଼ିରେ ଚାଷ ପାଇଁ ମାଟି ଖୋଳୁଥିବା ବେଳେ ଫୁଟିଲା ବୋମା, ମହିଳା ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3lPH2M6