ନାଲକୋ ନଗର: ଅନୁଗୁଳ ଜିଲ୍ଲା ବଆଁରପାଳ ବ୍ଲକ ଅନ୍ତର୍ଗତ  ବଳରାମ ପ୍ରସାଦ ଗ୍ରାମର ଶିତିରାସାହିବାସୀ ଆଜି ପାଣି ପାଇଁ ନାଲକୋ – ତାଳଚେର ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ  ବସ ଯାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଯାତାୟାତରେ ବାଧା ଉପୁଜିଥିଲା। ମିଳିଥିବା  ସୂଚନା ଅନୁଯାୟୀ ବଳରାମ ପ୍ରସାଦ ଗ୍ରାମର ଶିତିରାସାହିବାସୀଙ୍କର ଦୀର୍ଘ ଦିନ ହେବ ପାଣି ସମସ୍ୟା ରହି ଆସିଛି। କିଛିଦିନ ହେବ ଉକ୍ତ ସାହିରେ ଥିବା ନଳକୂପ ଅଚଳ ହୋଇପଡ଼ିଥିବାରୁ ସାହିରେ ରହୁଥିବା ୫୦ରୁ ଅଧିକ ପରିବାର ନିକଟରେ ଥିବା ପୋଖରୀରୁ ପାଣୀ ବ୍ୟବହାର କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯାହାଫଳରେ ଆଜି ସାହିର ସମସ୍ତ ମହିଳା, ପୁରୁଷ ଓ ନାବାଳକ ସହିତ ୧ ବର୍ଷର ଶିଶୁ ବି ଧାରଣାରେ ସାମିଲ ହୋଇଥିଲେ। ଏନେଇ ସାହିବାସୀ ୱାର୍ଡ ମେମ୍ବର ଗୁଣ ଦେହୁରୀଙ୍କୁ ଅବଗତ କରାଇଥିଲେ। ୱାର୍ଡ ମେମ୍ବର ଗୁଣ ଦେହୁରୀ ସରପଞ୍ଚଙ୍କୁ ଅବଗତ କରାଇଥିଲେ। ଆଜକୁ୧୫ ଦିନ ହେବ ପାଣି ଅସୁନଥିବାରୁ ଶିତିରାସାହି ଲୋକ ଆଜି  ସକାଳ ୯ ଟାରୁ ୧୧ଟା ପର୍ଯ୍ୟନ୍ତ ତାଳଚେର ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ। ସାଧାରଣ ଲୋକ ଗମନାଗମନରେ ବାଧାପ୍ରାପ୍ତ ହୋଇଥିଲେ। ଖବର ପାଇ ବଳରାମ ପ୍ରସାଦ ସରପଞ୍ଚ  ମଧୁଛନ୍ଦା ସାହୁଙ୍କ ସ୍ୱାମୀ ନରେଶଚନ୍ଦ୍ର ସାହୁ ଆସି ସାହିରେ ଥିବା ନଳକୂପକୁ  ଆଜି  ମରାମତି କରିବା ସହ ୨ ଦିନ ମଧ୍ୟରେ ପାଣି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଶିତିରାସାହି ଲୋକ ଧାରଣାରୁ ଉଠିଥିଲେ। ସରପଞ୍ଚଙ୍କ ସ୍ୱାମୀ ଦେଇଥିବା ପ୍ରତିଶ୍ରୁତି ଯଦି କାର୍ଯ୍ୟକ୍ଷମ ନହୁଏ  ପୁନର୍ବାର ରାସ୍ତା ରୋକ କରିବାକୁ ଧମକ ଦେଇଛନ୍ତି ଗ୍ରାମବାସୀ।

The post ନାଲକୋ ନଗର: ପାଣି ସମସ୍ୟାର ସମାଧାନ ପାଇଁ ରାସ୍ତା ଅବରୋଧ କଲେ  ଶିତିରାସାହିବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/2NPhwdg