ନୂଆପଡା: ନୂଆପଡା ଜିଲ୍ଲାରେ ପୁଣି ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ନୂଆପଡା ବ୍ଲକ ସାଧୁ ପଣ୍ଡରିପାଣି ଗାଁ ଜଂଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ସମୟରେ ଶଙ୍କର ମାଝୀଙ୍କୁ ଭାଲୁ ଆକ୍ରମଣ କରିଛି। ଆଜି ସକାଳେ ନିଜ ସାନ ଭାଇ ସହିତ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ ଶଙ୍କର।

ଏହି ସମୟରେ ଏକ ଭାଲୁ ତାଙ୍କ ପଛପଟୁ ଆକ୍ରମଣ କରିଥିଲା। ସେ କଳେବଳେ ଭାଲୁ ପଞ୍ଝାରୁ ନିଜକୁ ଛଡ଼ାଇ ନେବାରେ ସକ୍ଷମ ହେଇଥିଲେ ଶଙ୍କର । ତେବେ ଭାଲୁ ଆକ୍ରମଣରେ ଶଙ୍କରଙ୍କ ହାତ ଓ ମୁଣ୍ଡରେ କ୍ଷତ ହୋଇଛି। ବର୍ତ୍ତମାନ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଭାଲୁ ବାରମ୍ବାର ଲୋକମାନଙ୍କୁ ଆକ୍ରମଣ କରିବା ଘଟଣା ସାମନାକୁ ଆସୁଛି।

କିଛି ଦିନ ତଳେ ଛୋଟ ଲୋଡ୍ରା ଗାଁର ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରି ମାରିଦେଇଥିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଆକ୍ରମଣର ଶିକାର ହୋଇଛନ୍ତି ସ୍ଥାନୀୟ ଯୁବକ। ଏପରି ଘଟଣା ବାରମ୍ବାର ହେଉଥିବା ଯୋଗୁ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି।

The post ଭାଲୁ ଆକ୍ରମଣରେ ଜଣେ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/2Prb50g