
ବାରିପଦା: ବାଙ୍ଗିରିପୋଷି – ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବାର ଖବର ମିଳିଛି। ବିଦ୍ୟୁତକରଣ ପାଇଁ ଟ୍ରେନ ଲାଇନ ଉପରେ ଟଣାଯାଉଥିବା ତାରକୁ କାଟି ଚୋରି କରୁଥିବା ବେଳେ ଟ୍ରେନରେ ଲାଗିଲା ତାର। ଏହି ଚୋରି ଉଦ୍ୟମ ବେଳେ ବାରିପଦା ୱାର୍ଡ ନମ୍ବର୧୭ ର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ବାରିପଦା ସହରର ବାଘଡା ରୋଡ ଶନିମନ୍ଦିର ନିକଟରେ।
ମୃତକ ଜଣକ ହେଉଛନ୍ତି ବାରିପଦା ସହର ୧୭ ନମ୍ବର ୱାର୍ଡର ଚନ୍ଦନ ସରକାର(୨୩)। ଅଘଟଣ ଘଟିବା ପରେ ରେଳ ଧାରଣା ଉପରେ ତାର ପଡ଼ିରହିଥିଲା। ତେଣୁ ସେହି ତାର ଯଦି ଟ୍ରେନ ଚକରେ ଲାଗିଥାନ୍ତା ତେବେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା ବୋଲି କୁହାଯାଉଛି। ଏହି ଘଟଣା କାରଣରୁ ଟ୍ରେନ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଛାଡ଼ିଥିଲା।
The post ରେଳ ଲାଇନରୁ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/30fV5kf
0 Comments