କଟକ/ମହାନଦୀବିହାର: ଚାଉଳିଆଗଞ୍ଜ ମଠସାହି ଅଞ୍ଚଳର ଗ୍ୟାଙ୍ଗଷ୍ଟର ଅଖନା ସାହୁକୁ କମିସନରେଟ ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣିଛି। ଗତ କିଛିଦିନ ପୂର୍ବରୁ ଅଖନା ଫୋନ୍‌ ଯୋଗେ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ହସ୍ପିଟାଲ ମାଲିକଙ୍କୁ ଦୁଇଲକ୍ଷ ଟଙ୍କା ଦାଦାବଟି ମାଗିଥିଲା। ବଟି ଟଙ୍କା ନଦେଲେ ହସ୍ପିଟାଲ ଉପରକୁ ବୋମାମାଡ଼ କରିବାକୁ ଧମକ ଦେଇଥିଲା। ପୁଲିସ ଅଖନକୁ ରିମାଣ୍ଡ୍‌ରେ ଆଣି ଜେରା କରିବା ସହିତ ଜେଲରେ ମୋବାଇଲ ଅପରାଧୀମାନଙ୍କ ପାଖକୁ କିପରି ଯାଉଥିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି।

ଅଖନାକୁ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀମାନଙ୍କ ନମ୍ବର ଓ ତଥ୍ୟ ଯୋଗାଉଥିବା କିଛି ଲୋକଙ୍କୁ ଖୁବ ଶୀଘ୍ର ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି। କିଛିମାସ ପୂର୍ବରୁ ଅଖନାକୁ ଚାଉଳିଆଗଞ୍ଜ ପୁଲିସ ଗିରଫ କରିଥିବା ବେଳେ ତା ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ ହୋଇଥିଲା।

The post ଦୁଇଦିନିଆ ରିମାଣ୍ଡ୍‌ରେ ଗ୍ୟାଙ୍ଗଷ୍ଟର୍‌ ଅଖନା; ପୁଲିସର ମାରାଥନ୍‌ ଜେରା first appeared on Sambad.



from ଜିଲ୍ଲା – Sambad https://ift.tt/3bl8huf