
ବିଂଝାରପୁର: ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତରର ଜରିବାଙ୍କ ଠାକୁରାଣୀଙ୍କ ନିକଟରେ ଅଭିରାମ ମଲିକ ନମକ ଜଣେ ବ୍ୟକ୍ତିଙ୍କ ଖଳାରେ ଗତ ଶନିବାର କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଅଭିରାମଙ୍କ ୫୦ ପଣ ଧାନ କଚଡ଼ା ଗଦା ସମେତ ବାଡ଼େଇକି ରଖିଥିବା ୧୦ବସ୍ତା ଧାନ, ୩ ଶହ ମିଟର ମାଛଧରା ଜାଲ ଓ ଧାନବାଡ଼ା ମେସିନ ପୋଡ଼ିଯାଇଛି।
ଏ ସମ୍ପର୍କରେ ଅଭିରାମ ପ୍ରଥମେ ଜରି ଫାଣ୍ଡିରେ ଅଭିଯୋଗ କରିବା ସହ ବିଂଝାରପୁର ଥାନାରେ ଲିଖିତ ଭାବେ କରିଛନ୍ତି। ଆଇଆଇସି ନିରଂଜନ ଶବର ୧୦୭/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଭାର ଜରି ଫାଣ୍ତି ଅଧିକାରୀ ଅଶୋକ ସ୍ଵାଇଁଙ୍କୁ ହସ୍ତାନ୍ତର କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ଲକ୍ଷାଧିକ ଟଙ୍କା କରଜ କରି ମୁଣ୍ଡଝାଳ ତୁଣ୍ଡରେ ମାରି ଅଭିରାମ ଭାଗଚାଷ କରିଥିଲେ। ଉତ୍ପାଦିତ ଫସଲ ଆଖି ଆଗରେ ପୋଡ଼ି ପାଉଁଶ ହୋଇଯିବାରୁ ଅଭିରାମଙ୍କ ପରିବାର ଭାଙ୍ଗିପଡ଼ିଛନ୍ତି। ବର୍ଷ ତମାମ ଖାଇବେ କ’ଣ? କରଜ ଶୁଝିବେ କେମିତି ସେନେଇ ଚିନ୍ତାରେ ପଡ଼ିଛନ୍ତି ଅଭିରାମ। ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।
The post ବିଂଝାରପୁରରେ ପେଟ୍ରୋଲ ପକାଇ ଧାନଗଦା ପୋଡ଼ିଦେଲେ ଦୁର୍ବୃତ୍ତ first appeared on Sambad.from ଜିଲ୍ଲା | Sambad https://ift.tt/31BojKX
0 Comments