
ନୂଆପଡ଼ା/ଢେଙ୍କାନାଳ: ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ନୂଆପଡ଼ା ଓ ଢେଙ୍କାନାଳରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଛି। ଢେଙ୍କାନାଳରେ ଉଚ୍ଚ ଶିକ୍ଷ୍ୟା ମନ୍ତ୍ରୀ ଡ ଅରୁଣ ସାହୁ,ସାଂସଦ ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଅଧକ୍ଷ୍ୟତା କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଓ ଅବନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେହିପରି ନୂଆପଡ଼ାରେ କରୋନା କଟକଣାକୁ ମାନି ପାଳିତ ହେଇଯାଇଛି ଉତ୍କଳ ଦିବସ । ଆଜି ନୂଆପଡ଼ା ଜିଲ୍ଲାର ମଧ୍ୟ ପ୍ରତିଷ୍ଠା ଦିବସ। ଆଜିଠୁ ୨୮ ବର୍ଷ ପୂର୍ବେ ଏହି ଦିନ ନୂଆପଡ଼ା ଏକ ଜିଲ୍ଲା ରୂପରେ ଘୋଷଣା ହୋଇଥିଲା । ଆଜି ଏକତା ଛକଠାରେ ପ୍ରଶାସନ ତରଫରୁ ସ୍ବର୍ଗତ ଘସିରାମ ମାଝୀଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ପରେ ପୁଲିସ୍ ପଡ଼ିଆଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ ଥିଲା। ସେଠାରେ ଓଡ଼ିଶା ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିବା ବ୍ୟକ୍ତିତ୍ୱମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥଲେ ଜିଲ୍ଲାର ଜିଲ୍ଲାପାଳ। ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ଆଧ୍ୟକ୍ଷତାରେ ଅତିଥି ଭାବେ ନୂଆପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ମାଝୀ, ଜିଲ୍ଲାପାଳ ସ୍ବଧାଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଡିଆରଡିଏ ପିଡି ନବୀନ ପଟେଲ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ, ନୂଆପଡ଼ା ଏନଏସି ଈଓ ରାମଚନ୍ଦ୍ର ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଏହି ଅବସରରେ ସମସ୍ତ ଜିଲ୍ଲାବସିଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଶେଷରେ ବିଭୂଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
The post ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ first appeared on Sambad.
from ଜିଲ୍ଲା | Sambad https://ift.tt/3ftaRkx
0 Comments