ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକରେ ବିଦ୍ୟୁତ୍‌ ବିଭାଗର ଉପଖଣ୍ଡ ଅଧିକାରୀ ଦାୟିତ୍ବରେ ଅଛନ୍ତି ଶୁଭଦୀପ୍ତ ମିଶ୍ର। ତାଙ୍କ ନିଜ ଘର ମଧ୍ୟ ଏହି ବ୍ଲକର ଗୋପାଳପୁର ଗ୍ରାମରେ। ତେବେ ଶ୍ରୀ ମିଶ୍ର ନିଜ ଘରକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ କରିଛନ୍ତି। ସୂଚନା ଅନୁସାରେ, ତାଙ୍କ ନାଁରେ ଥିବା ଉପଭୋକ୍ତା ସଂଖ୍ୟା ହେଉଛି ୩୨୫୨୧୨୦୨୩୬୨୧। କେବଳ ଏତିକି ନୁହେଁ ଏସ୍‌ଡିଓ ଶ୍ରୀ ମିଶ୍ରଙ୍କ ପରିବାରର ୩ ଜଣ ମଧ୍ୟ ଏହି ଯୋଜନାର ହିତାଧିକାରୀ।

ଗତ ମଙ୍ଗଳବାର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ ଏ ସମ୍ପର୍କରେ ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିବା ପରେ ସାରା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ତେବେ, ଏ ସମ୍ପର୍କରେ ଏସ୍‌ଡିଓ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ସହଜ ବିଦ୍ୟୁତ୍‌ ସଂଯୋଗୀକରଣ ଯୋଜନାରେ ତାଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଏହି ଯୋଜନାରେ କିଏ ସଂଯୋଗ ନେଇ ପାରିବ କିଏ ନେଇ ପାରିବେ ନାହିଁ, ସେନେଇ କୌଣସି ମାର୍ଗଦର୍ଶିକା ନାହିଁ। ଏହାଛଡ଼ା ତାଙ୍କ ପରିବାରର ଆଉ ୩ ଜଣ ଏହି ଯୋଜନାରେ ସାମିଲ ନେଇ ସେ ଜାଣିନଥିବା କହିଛନ୍ତି।

The post ସୌଭାଗ୍ୟ ଯୋଜନାରେ ହିତାଧିକାରୀ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ! first appeared on Sambad.

from ଜିଲ୍ଲା | Sambad https://ift.tt/3lupFAc