
ରାଜନଗର : ବିରଳ ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ଅଣ୍ଡାଦାନ ପକ୍ରିୟା ଜାରି ରହିଛି। ମାତ୍ର ଅଧିକ ସଂଖ୍ୟାରେ ନହେଲେ ମଧ୍ୟ ଗତ ୧୦ ଦିନ ହେଲା କଇଁଛଙ୍କ ଅଣ୍ଡାଦାନ ପକ୍ରିୟା ଜାରି ରହିଛି। ଗତ ୧୦ ଦିନ ମଧ୍ୟରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୩ ହଜାର ୬୩୫ ଅଲିଭରିଡ୍ଲେ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇସାରିଛନ୍ତି।
ଚଳିତମାସ ୮ ତାରିଖଠାରୁ ବିରଳ କଇଁଛଙ୍କ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଥିଲା। ବନବିଭାଗ ରିପୋର୍ଟ ମୁତାବକ ଚଳିତମାସ ୮ ତାରିଖରେ ୩୦୦, ୯ ତାରିଖରେ ୮୦୦, ୧୦ ତାରିଖରେ ୧୨୫୦, ୧୧ ତାରିଖରେ ୭୯୪୦, ୧୨ ତାରିଖରେ ୪୨୫, ୧୩ ତାରିଖରେ ୨୧୦, ୧୪ ତାରିଖରେ ୧୮୩୫୦, ୧୫ ତାରିଖରେ ୩୨,୫୬୦, ଷୋହଳ ତାରିଖରେ ୭୨,୬୦୦ ଓ ଗତକାଲି ସତର ତାରିଖରେ ୬୯,୨୦୦ କଇଁଛ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି। ମୋଟ ୧୦ ଦିନ ମଧ୍ୟରେ ୨ ଲକ୍ଷ ୩ ହଜାର ୬୩୫ କଇଁଛ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇସାରିଲେଣି।
କଇଁଛଙ୍କ ଅଣ୍ଡାଦାନ ପକ୍ରିୟାରେ ସାମିଲ ହେବା ଦିନଠାରୁ ଗହୀରମଥାର ନାସୀ ଦ୍ୱୀପଠାରୁ ଅଳ୍ପଦୂରରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ଘାଟିର ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଗହୀରମଥା ରେଂଜ୍ ଅଫିସର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ବନକର୍ମଚାରୀମାନେ ଅଣ୍ଡାଦାନ ସ୍ଥଳରେ ରହି ସୁରକ୍ଷା ଯୋଗାଇ ଦେଉଥିବା ଜଣାପଡ଼ିଛି।
The post ଗହୀରମଥାରେ ଅଣ୍ଡା ଦେଲେଣି ୨ ଲକ୍ଷ ଅଲିଭରିଡ୍ଲେ first appeared on Sambad.from ଜିଲ୍ଲା | Sambad https://ift.tt/3eW5ji6
0 Comments