ରାଉରକେଲା: ହୋଟେଲ ‘ବସେରା’ ମାଲିକ ତଥା ବାସନ ବ୍ୟବସାୟୀ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ପାଞ୍ଚ ହତ୍ୟାକାରୀକୁ ଅଟକ ରଖିଛି ପ୍ଲାଣ୍ଟସାଇଟ ପୁଲିସl ହତ୍ୟାକାରୀଙ୍କ ମଧ୍ୟରେ ସଜନଙ୍କ ଜଣେ ପଡ଼ୋଶୀଙ୍କ ସମେତ କିଛି ସୁପାରୀ କିଲରଙ୍କୁ ପୁଲିସ ବିହାରରୁ ଗିରଫ କରିଥିବାର ସୂଚନା ରହିଛିl ତଦନ୍ତର ବାଧା ଦୃଷ୍ଟିରୁ ପୁଲିସ କିଛି କହିବାକୁ ମନା କରିଦେଇଛିl ଆଜି କିମ୍ବା ଆସନ୍ତାକାଲି ପୁଲିସ ସାମ୍ବାଦିକ ସମ୍ମିଳନୀରେ ଘଟଣାର ପର୍ଦାଫାସ କରିବ ବୋଲି ଜଣାପଡ଼ିଛିl
ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୯ ତାରିଖ ରାତି ପ୍ରାୟ ୧୦ଟା ୪୫ମିନିଟରେ ସ୍କୁଟିରେ ଘର ନିକଟରେ ପହଞ୍ଚିଥିଲେ। ଗେଟ୍ ଖୋଲି ସ୍କୁଟି ସହ ଭିତରକୁ ପଶୁଥିବାବେଳେ ହଠାତ୍ ଦୁଇ ଦୁର୍ବୃତ୍ତ ପଲ୍ସର ବାଇକରୁ ଓହ୍ଲାଇ ତାଙ୍କୁ ଲୁହା ରଡରେ ପ୍ରାଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଥିଲେ। ସଜ୍ଜନ ଲହୁଲୁହାଣ ହୋଇ ତଳେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଘର ଲୋକ ଦୌଡ଼ି ଆସି ସଜ୍ଜନଙ୍କୁ ଉଦ୍ଧାର କରି ଆଇଜିଏଚକୁ ନେଇଥିଲେ। ରାତି ପ୍ରାୟ ୧ଟା ୫୫ ମିନିଟ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସଜ୍ଜଲଙ୍କ ମୃତ୍ୟୁ ଖବର ପାଇ ରାଉରକେଲା ହୋଟେଲ ସଂଘର କର୍ମକର୍ତ୍ତା, ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗଙ୍କ ସମେତ ବହୁ ଲୋକ ଆଇଜିଏଚ୍ ଓ ତାଙ୍କ ଘରେ ପହଞ୍ଚିଥିଲେ। ମୃତ ସଜ୍ଜନଙ୍କ ଭାଇ କୈଳାସ ପୂର୍ବ ଶତ୍ରୁତାରୁ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଗତ ୨୦୨୦ ସେପ୍ଟେମ୍ବର ୧୯ରେ ବିନା ନୋଟିସରେ ତାଙ୍କ ଭାଇଙ୍କ ଦୋକାନକୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିଜର ଦାବି କରି ଭଙ୍ଗାରୁଜା କରିଥିଲେ। ଯାହାକୁ ସଜ୍ଜନ ଓ ତାଙ୍କ ପରିବାର ଲୋକ ବିରୋଧ କରିଥିଲେ। ପୂର୍ବ ରାଗ ରଖି ସେମାନେ ତାଙ୍କ ଭାଇଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସେ କହିଥିଲେ। ପୁଲିସ ତୁରନ୍ତ ହତ୍ୟାକାରୀକୁ ଧରି ଘଟଣାର ପର୍ଦ୍ଦାଫାସ କରିବାକୁ ସେ ଦାବି କରିଥିଲେ।
The post ରାଉରକେଲାର ହୋଟେଲ ମାଲିକଙ୍କୁ ହତ୍ୟା ଘଟଣା: ୫ ହତ୍ୟାକାରୀ ଅଟକ first appeared on Sambad.
from ଜିଲ୍ଲା – Sambad https://ift.tt/2Oe0iXg
0 Comments