କଟକ: ଓଡ଼ିଶାରେ ଜଙ୍ଗଲ ଜଳିବା ନେଇ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ହେଲିକପ୍ଟରରେ ଆକାଶ ମାର୍ଗରୁ ନିଆଁ ଲିଭାଇବାକୁ ନିବେଦନ କରାଯାଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଜଙ୍ଗଲ ଜଳିବା ଯୋଗୁଁ ଜଳବାୟୁ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଙ୍ଗଲ ଜଳିବା ଯୋଗୁଁ ବନ୍ୟଜନ୍ତୁଙ୍କ ପାଇଁ ବିପଦ ରହିଛି। ଏଥିଲାଗି ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି।
ସେପଟେ ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟ ଚାଲିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ। ଦୁଇଟି ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିବାବେଳେ, ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି। ଶିମିଳିପାଳର ପିଠାବଟା ରେଞ୍ଜରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ ପଞ୍ଚମ ବାଟାଲିୟନର ଏକ ଟିମ୍। ସେହିପରି ବାଲେଶ୍ୱର ଓଡ୍ରାଫର ଏକ ଟିମ୍ ଜଶିପୁର ରେଞ୍ଜରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ସେ ଜଣାଇଛନ୍ତି।
The post ଜଙ୍ଗଲ ନିଆଁ ଲାଗି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା first appeared on Sambad.
from ଜିଲ୍ଲା – Sambad https://ift.tt/3bveFzc
0 Comments