
ବଲାଙ୍ଗୀର : ଟୁଟା ଟୁଟା ଏକ ପରିନ୍ଦା ଏସେ ଟୁଟା.. କି ଫିର୍ ଯୁଡ଼୍ ନା ପାୟା…। ତେରେ ନାମ ସେ ଜିଲୁଁ, ତେରେ ନାମ ପେ ମରଯାଉଁ..। ପ୍ରସିଦ୍ଧ କଣ୍ଠଶିଳ୍ପୀ କୈଳାସ ଖୈରଙ୍କ ଗୋଟିଏ ପରେ ଗୋଟିଏ ହିଟ୍ ସଂଗୀତ ଗାଇ ସମସ୍ତଙ୍କ ମନ କିଣୁଛନ୍ତି ଗୌତମ କୁମ୍ଭାର। ଗୌତମ ବଲାଙ୍ଗୀର ପୌରପାଳିକାରେ ଠିକା ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ। ତାଙ୍କର ଏହି ପ୍ରତିଭା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
କଦମପଡ଼ା ନିକଟରେ ରହୁଥିବା ଗୌତମ ନିଜ ଡ୍ୟୁଟି ସମୟରେ ବି ଗୀତ ଗାଇ ଲୋକଙ୍କୁ ଖୁସି କରାଇଥାନ୍ତି। ତାଙ୍କର କଣ୍ଠରେ ସଂଗୀତ ଶୁଣି ସାଧାରଣ ଲୋକ ଭୁରିଭୁରି ପ୍ରଶଂସା କରୁଛନ୍ତି। ଗୌତମଙ୍କ ଗୀତ ଏବେ ସହରସାରା ଧୁମ୍ ମଚାଇଛି। ମୋବାଇଲରେ ମଧ୍ୟ ତାଙ୍କ ସଂଗୀତ ଗାନ କରିବା ସମୟର ଭିଡିଓ ଭାଇରାଲ ହୋଇଛି। ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ଗୌତମଙ୍କ କହିବାନୁସାରେ, ସେ ନିଜ ମୋବାଇଲର ୟୁଟ୍ୟୁବରେ କୈଳାସ ଖୈରଙ୍କ ସଂଗୀତ ଶୁଣିଥାନ୍ତି। ନିଜେ ଛୋଟ ବେଳୁ ଅଳ୍ପଅଳ୍ପ ଗୀତ ଗାଉଥିଲେ। ଏବେ ସେ ତାକୁ ନିଜେ ନିଜେ ଅଭ୍ୟାସ କରିଛନ୍ତି। ଯେଉଁ ପଡ଼ା ତଥା ରାସ୍ତାର ସଫେଇ କରିବାକୁ ସେ ଯାଇଥାନ୍ତି ସେଠାରେ ଲୋକଙ୍କୁ ଗୀତ ଗାଇ ଶୁଣାଇଥାନ୍ତି। ନିଜ କର୍ତ୍ତବ୍ୟ ସହ ସଂଗୀତ ଗାନ କରି ଲୋକଙ୍କ ଭଲପାଇବା ମିଳୁଥିବାରୁ ସେ ଖୁସିରେ ଥିବା କହିଛନ୍ତି। ଗୌତମଙ୍କ ପରିବାର ବର୍ଗ ମଧ୍ୟ ତାଙ୍କ ସଂଗୀତ ପାଇଁ ସବୁ ସହାୟତା କରିଥାନ୍ତି ବୋଲି ସେ କହିଛନ୍ତି। ସାଙ୍ଗସାଥୀମାନେ ବି ବେଶ୍ ପ୍ରେରଣା ଦେଇଥାନ୍ତି। ଆଗାମୀ ଦିନରେ ସୁଯୋଗ ମିଳିଲେ ସେ ଆଲବମରେ ଗୀତ ଗାଇବାକୁ ଇଚ୍ଛା ରଖିଥିବା କହିଛନ୍ତି।
The post ବଲାଙ୍ଗୀରର କୈଳାସଖେର : ପେସାରେ ସଫେଇ କର୍ମଚାରୀ, ନିଶା ଗୀତ ଗାଇବା first appeared on Sambad.from ଜିଲ୍ଲା | Sambad https://ift.tt/2Pyxx87
0 Comments