
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକ ମୃତ୍ୟୁବରଣ କରିଛି। ବାହାଳସାହି ଗ୍ରାମର ଏକ ବେଆଇନ କୋଇଲା ଖାତରୁ ଜଣେ ୩୮ ବର୍ଷ ବୟସ୍କ ଯୁବକ ଓ ତାଙ୍କ କୋଇଲା ବୋଝେଇ ସାଇକେଲକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଆଇନ କୋଇଲା ଉତ୍ତୋଳନ କାର୍ଯ୍ୟ ଯୋଗୁଁ ମୃତକଙ୍କ ପରିବାର ବେଆଇନ କୋଇଲା ଖାତ ମାଲିକଙ୍କ ମଧ୍ୟରେ ସଲାସୁତୁରା ପରେ ଘଟଣାକୁ ଦଫାରଫା କରି ମୃତଦେହ ପୋଡ଼ି ଦିଆଯାଇଛି। ଘଟଣାରେ ଅଭିଯୋଗ ନ ଥିବାରୁ ଛେଣ୍ଡିପଦା ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ।
The post କୋଇଲାଖାତରେ ପଡ଼ି ଯୁବକ ମୃତ! first appeared on Sambad.
from ଜିଲ୍ଲା – Sambad https://ift.tt/30EjOyJ
0 Comments