ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଥାନା ଅଞ୍ଚଳରେ କୋଇଲା ଚୋରାଚାଲାଣ ବେଳେ ୫ ଟ୍ରଲର ଜବତ କରାଯାଇଛି। ଏହି ମାମଲାରେ ଥାନାରେ ଜଣଙ୍କୁ ଅଟକ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁରର ଜିନ୍ଦଲ କାରଖାନାରୁ ଛତିଶଗଡ଼ର ରାୟଗଡ଼କୁ କୋଇଲା ଯାଉଥିଲା। ବାଲାଜୀ ଟ୍ରାନସପୋର୍ଟର ଟ୍ରଲରରେ କୋଇଲା ପରିବହନ କରୁଥିଲା। ତେବେ ଏହି କଂପାନିର ଶୁଭେନ୍ଦୁ ପ୍ରଧାନ ନାମକ ଜଣେ କର୍ମଚାରୀ ଏହି ଟ୍ରଲରଗୁଡ଼ିକରୁ କୋଇଲା ଚୋରାଚାଲାଣ ହେଉଥିବା ନେଇ ରେଢ଼ାଖୋଲ ଥାନାରେ ଖବର ଦେଇଥିଲେ।

ତାପରେ ରେଢ଼ାଖୋଲ ଥାନା ପୁଲିସ ସାଧୁମୁଣ୍ଡା ନିକଟରେ ଚଢ଼ାଉ କରି ୫ଟି ଟ୍ରଲରକୁ ଜବତ କରିଛି। ଏହାଛଡ଼ା ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି। ତେବେ ଚଢ଼ାଉ ବେଳେ ଟ୍ରଲର ଡ୍ରାଇଭରମାନେ ଘଟଣାସ୍ଥଳରେ
ଗାଡ଼ି ଛାଡ଼ି ଦୌଡ଼ି ପଲାଇଥିଲେ।

The post କୋଇଲା ଚୋରାଚାଲାଣ ବେଳେ ୫ ଟ୍ରଲର ଜବତ: ଥାନାରେ ଜଣେ ଅଟକ first appeared on Sambad.



from ଜିଲ୍ଲା – Sambad https://ift.tt/3lan8ev