
ଢେ଼ଙ୍କାନାଳ: ଗାଁରେ ପାରିବାରିକ ବିବାଦର ସମାଧାନ କରୁଥିବା ବେଳେ ଠେଙ୍ଗା ମାଡ଼ରେ ଗାଁ ସଭାପତି ଗୁରୁତର ହୋଇଥିବାର ଖବର ମିଳିଛି। ଏଭଳିଆ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କାଲବୋଧିଆ ଗ୍ରାମରେ।
ଗାଁର ସୁଶୀଳ ବେହେରା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ କରୁଥିବା ବେଳେ ଗାଁ ସଭାପତି ଟଙ୍କଧର ମହାନ୍ତ (୩୩)ଙ୍କୁ ସୁଶୀଳ ଆକ୍ରମଣ କରିବାରୁ ଟଙ୍କଧର ଗୁରୁତର ଆହତ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଟଙ୍କଧର କଙ୍କଡ଼ାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
The post ପାରିବାରିକ ବିବାଦର ସମାଧାନ କରୁଥିବା ବେଳେ ଠେଙ୍ଗା ମାଡ଼ରେ ଗାଁ ସଭାପତି ଗୁରୁତର first appeared on Sambad.
from ଜିଲ୍ଲା | Sambad https://ift.tt/3lKaByK
0 Comments