
କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରକୁ ପୁଣି ଲେଉଟିଛି କୋରନା। ଗୋଟିଏ ଦିନରେ ଏଠାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି। ପ୍ରାପ୍ତ ସୂଚନାନୁସାରେ ୨ ଜଣ ରାୟପୁର ଫେରନ୍ତା ପରୀକ୍ଷଣରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଯାଞ୍ଚ କରାଯିବାରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସନ୍ତାକାଲି ଉକ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଟେଷ୍ଟ କରାଯିବ ବୋଲି ଏନଏସି କର୍ତ୍ତୃପକ୍ଷ କହିଛନ୍ତି। ତେଣେ ପୁଲିସର ହୁଗୁଳା ପଣ ଯୋଗୁଁ ଲୋକେ କୋରନା କଟକଣା ମାନୁନାହାନ୍ତି। ଦୋକାନ, ବଜାର ଓ ଦୈନିକ ମାର୍କେଟରେ ସାମାଜିକ ଦୂରତା ବୋଲି କିଛି ନଥିବା ବେଳେ ମାସ୍କ ଯେମିତି ହଜିଗଲାଣି। ପୁଣି ଛତିଶଗଡ଼ ଓ ରାୟପୁର ଅଞ୍ଚଳରୁ ଏଠାକୁ ଲୋକଙ୍କ ଅବାଧ ଆଗମନ ସ୍ଥିତିକୁ ଜଟିଳ କରିବାରେ ଲାଗିଛି। ପ୍ରଶାସନ ଓ ପୁଲିସ୍ ପକ୍ଷରୁ ଶୀଘ୍ର କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରା ନ ଗଲେ ସ୍ଥିତି ଅଣାୟତ୍ତ ହେବ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି।
The post କେସିଙ୍ଗା ସହରକୁ କରୋନା ଲେଉଟିଲା, ଦିନକରେ ୩ ଆକ୍ରାନ୍ତ ଚିହ୍ନଟ first appeared on Sambad.from ଜିଲ୍ଲା | Sambad https://ift.tt/3czKxDy
0 Comments