ବାରିପଦା: ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଯାଇଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ତେବେ ବିଗତ ୨ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଥିବାରୁ ମୟୂରଭଂଜ ସମେତ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିଲେ।। ନିୟାକୁ ଆୟତ୍ତ କରିବାକୁ ସରକାରଙ୍କୁ ନାକେଦମ ହେବାକୁ ପଡୁଥିଲା । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହାକୁ ନେଇ ଚାରିଆଡେ ଲୋକମାନେ କ୍ଷୋଭ ପ୍ରକାଶ କରିଥିଲେ । ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି ।
The post ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା, ଜଙ୍ଗଲ ନିଆଁ ପ୍ରସମିତ ହେବା ଆଶା first appeared on Sambad.
from ଜିଲ୍ଲା – Sambad https://ift.tt/38tXYT0
0 Comments