କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଝିଅ ମନ୍ଦିରା ମହାନ୍ତ ଓଡ଼ିଶା ଜୁର୍ଡିସିଆଲ ସର୍ଭିସ (ଓଜେଏସ୍‌)-୨୦୧୯ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି। ମନ୍ଦିରାଙ୍କ ଘର ସଦର ବ୍ଲକ୍‌ ଅନ୍ତର୍ଗତ ରାଇସୁଆଁ ନିକଟ ହାତୀକୁଚା ନୂଆଗାଁ ଗ୍ରାମରେ। ତାଙ୍କ ବାପା ଉପେନ୍ଦ୍ର ମହାନ୍ତ ଭୁବନେଶ୍ବରରେ ଆଡିସନାଲ ଲେବର କମିସନରଭାବେ କାର୍ଯ୍ୟ କରୁଥିବାବେଳେ ମା’ ସୁଜାତା ଜଣେ ଗୃହିଣୀ। ତାଙ୍କ ଭାଇ ପ୍ରୀତୀଶ କୁମାର ମହାନ୍ତ ଜଣେ ଡାକ୍ତର। ମନ୍ଦିରା ଜଣେ ମେଧାବୀ ଛାତ୍ରୀ। ସେ କେନ୍ଦୁଝରର ନିର୍ମଳା କନଭେଣ୍ଟ ସ୍କୁଲ୍‌ରେ ପଢ଼ିବା ପରେ କିଟ୍‌ ଆଇନ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ଲ’ରେ ଅଧ୍ୟୟନ କରିଥିଲେ। ସେ ପ୍ରଥମ ସୁଯୋଗରେ ହିଁ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ହିଁ ତାଙ୍କୁ ଏହି ସଫଳତା ଦେଇଛି ବୋଲି ମନ୍ଦିରା କହିଛନ୍ତି।

The post ଓଜେଏସ୍‌ ପାଇଲେ କେନ୍ଦୁଝରର ମନ୍ଦିରା first appeared on Sambad.



from ଜିଲ୍ଲା – Sambad https://ift.tt/38KNtLh