ରାୟଗଡ଼ା : ନାଇରା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ନୀଳାମ୍ବର ଶବର ଗୁଡ଼ାରି ଥାନା ଭିତରେ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ନୀଳାମ୍ବରକୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ନୀଳାମ୍ବରକୁ ଗୁଣପୁର କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏହି ଘଟଣା ପରେ ହାଜତ ଦାୟିତ୍ବରେ ଥିବା ଏଏସ୍‌ଆଇ ଲୋକନାଥ ଦୋରା ଓ କନେଷ୍ଟବଳ ବିରାଜିନୀ ପଟ୍ଟନାୟକଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଏସ୍‌ପି ବିବେକାନନ୍ଦ ଶର୍ମା ନିଲମ୍ବିତ କରିଛନ୍ତି।

The post ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ first appeared on Sambad.

from ଜିଲ୍ଲା | Sambad https://ift.tt/317chZo