
ଯାଜପୁର: ଧର୍ମଶାଳା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ କୁଣ୍ଡପାଟଣାନୂଆସାହି ଗ୍ରାମରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ବଖରା ଘର ସହ ବହୁ ଆସବାବପତ୍ର ଓ ଧାନଚାଉଳ ପୋଡି ପାଉଁଶ ହୋଇଯାଇଛି।
ସୂଚନା ଅନୁସାରେ ଗ୍ରାମର ନିତ୍ୟାନନ୍ଦ ପୃଷ୍ଟିଙ୍କ ଘରେ ମଧ୍ୟାହ୍ନ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ଟାଙ୍କି ଫାଟିବାରୁ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପରିବାର ସଦସ୍ୟ ବର୍ତି ଯାଇଥିବା ବେଳେ ନିତ୍ୟାନନ୍ଦଙ୍କ ବ୍ୟତୀତ ଅନ୍ୟ ପଡୋଶୀଙ୍କ ୧୦ ବଖରା ଘର ଜଳି ଯାଇଛି।
ଏଥିସହିତ ଘର ଭିତରେ ଥିବା ଆସବାବପତ୍ର, ଧାନଚାଉଳ, ଟଙ୍କା ଓ ଗହଣା ଜଳି ଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅଭିଯୋଗ ହୋଇଛି। ଅଗ୍ନିକାଣ୍ଡର ଖବର ପାଇଁ ଧର୍ମଶାଳା ଥାନାଧିକାରୀ ପହଞ୍ଚିଥିବା ବେଳେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
The post ଗ୍ୟାସ ଟାଙ୍କି ଫାଟି ୧୦ ବଖରା ଜଳିଗଲା,ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3r84a9u
0 Comments