କଟକ : ଏୟାର ଇଣ୍ଡିଆକୁ ଘରୋଇକରଣ ପ୍ରକ୍ରିୟାରୁ ଦୂରେଇ ରଖିବା ପାଇଁ ଉପଯୁକ୍ତ ଆର୍ଥିକ ନୀତି କେନ୍ଦ୍ର ସରକାର କରିବା ପ୍ରସଂଗ ନେଇ ଦାୟର ମାମଲାରେ ପଡିଛି ପୂର୍ଣ୍ଣଚ୍ଛେଦ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏୟାର ଇଣ୍ଡିଆକୁ ଘରୋଇକରଣ ଆଶଙ୍କା ରହିଥିବା ଦର୍ଶାଇ ହାଇକୋର୍ଟରେ ୨୦୧୮ରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଏୟାର ଇଣ୍ଡିଆକୁ ଘରୋଇକରଣ ପ୍ରକ୍ରିୟାରୁ ଦୂରେଇ ରଖାଯାଉ ଓ ଏଥି ପାଇଁ ସରକାର ଉପଯୁକ୍ତ ଆର୍ଥିକ ନୀତି କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ୨୦୧୯, ଅଗଷ୍ଟ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଅଭିଯୋଗ(ରିପ୍ରେଜେନଟେସନ୍) ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିର୍ଦ୍ଦେଶ ପାଳନ ହୋଇ ନଥିବା ଅଭିଯୋଗ କରି ହାଇକୋର୍ଟରେ ୨୦୨୦ରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା।

The post ଏୟାର ଇଣ୍ଡିଆ ଘରୋଇକରଣ ପ୍ରସଂଗ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ first appeared on Sambad.



from ଜିଲ୍ଲା – Sambad https://ift.tt/30efLcc