
ଭୁବନେଶ୍ବର: ଆଜି ରିମାଣ୍ଡର ଶେଷ ଦିନ ହୋଇଥିବା ବେଳେ ସିବିଆଇ କାର୍ଯ୍ୟାଳୟରେ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିବନ ବିଶ୍ୱାଳକୁ ଜେରା ଚାଲିଛି।୨୨ ବର୍ଷ ତଳର ବାରଙ୍ଗ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିବନ ବିଶ୍ୱାଳକୁ ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ପୁଣି ସିବିଆଇ କାର୍ଯ୍ୟାଳୟକୁ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଦୁଇ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ପୁଣି ତାକୁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ସିବିଆଇ।
ସେପଟେ ଦରକାର ପଡ଼ିଲେ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି । ଆଜି ସକାଳୁ ବିବନକୁ ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କରିଥିଲା ସିବିଆଇ । ବାରଙ୍ଗରେ ୨୨ ବର୍ଷ ତଳେ କଣ ଘଟିଥିଲା, କେମିତି ଏହି ଜଘନ୍ୟ କାଣ୍ଡ କରିଥିଲା ବିବନ, କେମିତି, କେଉଁ ରାସ୍ତା ଦେଇ ପୀଡ଼ିତାଙ୍କୁ ବିବନ ନେଇ ଯାଇଥିଲା, ତାହା ସିବିଆଇକୁ ଦେଖାଇଛି ନିଜେ ବିବନ। ଗତକାଲିଠୁ ସେ ସିବିଆଇର ରିମାଣ୍ଡରେ ଅଛି। ଝାରପଡ଼ା ଜେଲରେ ଟିଆଇ ପରେଡ ସରିବା ପରେ ତାକୁ ରିମାଣ୍ଡରେ ନେଇଥିଲା ସିବିଆଇ।
The post ଆଜି ରିମାଣ୍ଡର ଶେଷ ଦିନ : କ୍ରାଇମ୍ ସିନ୍ ରିକ୍ରିଏସନ୍ ପରେ ସିବିଆଇ କାର୍ଯ୍ୟାଳୟରେ ଚାଲିଛି ଗଣଦୁଷ୍କର୍ମ ଅଭିଯୁକ୍ତ ବିବନକୁ ଜେରା first appeared on Sambad.
from ଜିଲ୍ଲା – Sambad https://ift.tt/3sQ7gAn
0 Comments