
ସୁନ୍ଦରଗଡ଼: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘର ସମେତ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର ନାଏକ ଓ ତାଙ୍କ ଟିମ୍ ଏହି ଚଢ଼ାଉ କରୁଛନ୍ତି। ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ବଡଗାଁ ବ୍ଲକ୍ ଅଫିସ, ତାଙ୍କ ଗାଁ ଲେଫ୍ରିପଡ଼ାରେ ଥିବା ବାସଭବନ ଓ ରଙ୍ଗାଢିପା ପୋଷ୍ଟ ଅଫିସ ନିକଟ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ତାଙ୍କ ନାମରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଥିଲା। ତାଙ୍କ ପାଖରେ କେତେ ଟଙ୍କାର ସଂପତ୍ତି ରହିଛି ତାହା ଆକଳନ କରୁଛି ଭିଜିଲାନ୍ସ।
ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କର ଭୁବନେଶ୍ବରରେ ଏକ ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ୍। ଏହାଛଡ଼ା ବିପୁଳ ପରିମାଣର ସୁନା ଅଳଙ୍କାର ଓ ଏକ ସ୍ବିଫ୍ଟ ଡିଜାୟାର୍ କାର୍ ବି ଥିବା ଜଣାଯାଇଛି। ତେବେ ଏନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ।
The post ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ପଶିଲା ଭିଜିଲାନ୍ସ first appeared on Sambad.
from ଜିଲ୍ଲା – Sambad https://ift.tt/3cck4KE
0 Comments