ରାସୋଳ: ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅନ୍ତର୍ଗତ ତେଲିଭୂଇଁ ନିକଟରେ ବସ୍- ବାଇକ୍ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ତେଲିଭୂଇଁର ଦେବରାଜ ସାହୁ ନାମକ ଜଣେ ବ୍ୟବସାୟୀ ନିଜ ଗାଁରୁ ଭାପୁରକୁ ଯାଉଥିଲେ। ନାଉକିଆରି ଅନ୍ଧାରି ଛକ ନିକଟରେ ତାଙ୍କୁ ସାମ୍ନା ପଟୁ ଏକ ଘରୋଇ ବସ୍ ଧକ୍କା ଦେଇଥିଲା। ଉକ୍ତ ବସ୍(ଦୁର୍ଗାମାଧବ) ଶଙ୍କରପୁରରୁ ପାଲଲହଡ଼ା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହାଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ଦେବରାଜ ସାହୁଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ରାସୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ହିନ୍ଦୋଳ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ଲାଗି ଉତ୍ତେଜନା ଦେଖିବାକୁ ମିଳିଥିଲା। ଦେବରାଜ ସାହୁଙ୍କର ମୃତ୍ୟୁ ଖବର ପାଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହାଛଡ଼ା ତେଲିଭୂଇଁ ବଜାର ବନ୍ଦ ରହିଛି।

The post ବସ୍- ବାଇକ୍ ଧକ୍କା: ଚାଲିଗଲା ବ୍ୟବସାୟୀଙ୍କ ପ୍ରାଣ first appeared on Sambad.



from ଜିଲ୍ଲା – Sambad https://ift.tt/30pd87p