
ନବରଙ୍ଗପୁର: ଜଙ୍ଗଲ କଟାକୁ ବିରୋଧ କରି ବ୍ୟାନର ଲଗାଇଲେ ନକ୍ସଲ। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ଅଞ୍ଚଳରେ ମାଓ ବ୍ୟାନର ଓ ପୋଷ୍ଟର ଲଗାଯାଇଛି। ଜଙ୍ଗଲକୁ କାଟି ନଷ୍ଟ କରିଦେଉଥିବାରୁ ନକ୍ସଲମାନେ ଏଭଳି ପଦକ୍ଷେପ ନେଇଛନ୍ତି। ନକ୍ସଲଙ୍କ ଦ୍ବାରା ଏହି ବ୍ୟାନର ଓ ପୋଷ୍ଟର ରାଇଘରଠାରୁ ହାତୀଗାଁ ଯିବାର ମୁଖ୍ୟ ରାସ୍ତାରେ ଲଗାଯାଇଛି।
ଖବର ମୁତାବକ, ରାଇଘରଠାରୁ ପ୍ରାୟ ୧୫ କିଲୋମିଟର ଦୂର ହାତୀଗାଁ ଯିବା ମୁଖ୍ୟ ରାସ୍ତାରେ ମାଓବାଦୀମାନେ ବ୍ୟାନର ମାରିଛନ୍ତି। କେବଳ ବ୍ୟାନର ମାରିନାହାନ୍ତି ବଂର ରାସ୍ତା ଉପରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଜଙ୍ଗଲକୁ କାଟି ନଷ୍ଟ କରିଦେଉଥିବାରୁ ଜଂଗଲ କଟାକୁ ବିରୋଧ କରି ନକ୍ସଲମାନେ ଏହି ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି। ମୈନପୁର ଓ ନୂଆପଡ଼ା ଡିଭିଜନ କମିଟି ପକ୍ଷରୁ ଏହି ବ୍ୟାନର ପୋଷ୍ଟର ମରାଯାଇଥିବା ସୂଚନା ମିଳିଛି l
The post ଜଙ୍ଗଲ କଟାକୁ ବିରୋଧ କରି ନକ୍ସଲ ମାରିଲେ ବ୍ୟାନର ଓ ପୋଷ୍ଟର first appeared on Sambad.from ଜିଲ୍ଲା | Sambad https://ift.tt/3ln1N1i
0 Comments