
ଖଡ଼ିଆଳ: କୃଷି ପ୍ରଧାନ ଜିଲ୍ଲା ନୂଆପଡ଼ାରେ ଧାନ ମଣ୍ଡିରୁ କମ୍ ଦରରେ ଧାନ ଉଠାଣ ଯୋଗୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ହତାଶ ହୋଇ କ୍ବିଣ୍ଟାଲ ପିଛା ୧୩୦୦/୧୪୦୦ ଟଙ୍କାରେ ଧାନ ବିକ୍ରି କରିଥିବାର ସୂଚନା ମିଳିଛି।
ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ାରେ ଗତକାଲି ୧୭୪୫ କୋଟି ଟଙ୍କାରେ ତିଖାଲି ଡ୍ୟାମକୁ ଲୋକାର୍ପିତ କରିଛନ୍ତି। ଏଣେ ଚାଷୀ ଉତ୍ପାଦିତ ଦ୍ରବ୍ୟ ଧାନକୁ ବିକ୍ରି ପାଇଁ ପ୍ରଶାସନକୁ ନେହୁରା ହୋଇ ଶେଷରେ ହତାଶ ହୋଇ କମ ଦରରେ ଧାନ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି। ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ମଣ୍ଡିରେ ପଡ଼ି ରହିଥିବା ୪ହଜାର ଧାନ ବସ୍ତାକୁ କ୍ବିଣ୍ଟାଲ ପିଛା ୧୩୦୦/୧୪୦୦ ଟଙ୍କାରେ ଚାଷୀ ବିକ୍ରି କରିଥିବା କୁହାଯାଉଛି। ବରଗାଁ ମଣ୍ଡିକୁ ଖରିଆର ରୋଡ଼ ମିଲର୍ସ ଟ୍ରକ ପଠାଇ ଧାନ ଉଠାଣ କରୁଥିବା ଦେଖାଯାଉଛି। ଚାଷୀମାନେ ମଧ୍ୟ ଧାନ ଦେବାକୁ ବାଧ୍ୟ ହେଉଛନ୍ତି।

ମିଲର୍ସମାନେ ଧାନ ଉଠାଣ କରୁଛନ୍ତି। କ୍ବିଣ୍ଟାଲ ପିଛା ୧୩୦୦/୧୪୦୦ ଟଙ୍କା ଦରରେ ଧାନ ଉଠାଉ ଥିବା ବେଳେ ଚାଷୀ ହତାଶ ହୋଇଛନ୍ତି। ବଜାରରେ ସବୁ ଦର ବୃଦ୍ଧି ହୋଇପାରେ, କିନ୍ତୁ ଚାଷୀଙ୍କ ଧାନ ଦର ନିର୍ଦ୍ଧାରିତ ଦରରୁ ମଧ୍ୟ କମ୍ ମୂଲ୍ୟରେ ବିକ୍ରି ହେବା ଅନ୍ନଦାତାଙ୍କ ପାଇଁ ସରକାରଙ୍କ ମନୋବୃତ୍ତି ସହଜେ ଅନୁମେୟ ବୋଲି ଆଲୋଚନା ହେଉଛି।
The post ନୂଆପଡ଼ାରେ ଚାଷୀ ହତାଶ: ଧାନମଣ୍ଡିରେ କମ୍ ଦରରେ ବାଧ୍ୟହୋଇ ବିକ୍ରି କରୁଛନ୍ତି ଅନ୍ନଦାତା first appeared on Sambad.
from ଜିଲ୍ଲା – Sambad https://ift.tt/3t6hMUc
0 Comments