ରାଉରକେଲା: ରାଉରକେଲା ସହରର ସିଭିଲ ଟାଉନସିପରେ ଜଣେ ଲୋକଙ୍କଠାରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ତିନି ଜଣଙ୍କ ମଧ୍ୟରେ ଡିଲକ୍ସ ଲେନର ଆଶୁତୋଷ ଝା, ଡେଲିମାର୍କେଟର ମୋହିତ ରାୟ ଓ ଦୀପକ କୁମର ସାହୁ ଥିବା ଜଣାଯାଇଛି । ଏମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଖଣ୍ଡା ସହ ଏକ ବାଇକ ଜବତ କରାଯାଇଛି। ସେମାନଙ୍କୁ ଆଜି ସକାଳେ ରଘୁନାଥପାଲୀ ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ସେମାନଙ୍କୁ କୋର୍ଟଚାଲାଣ କରାଯିବ।
ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ଅକ୍ଟୋବର ୨୧ ତାରିଖରେ ଏକ ଘରୋଇ କଂପାନିର ପିଙ୍କୁ ସୁନା ନାମକ ଜନୈକ କର୍ମଚାରୀଙ୍କ ଠାରୁ ତିନି ଅଭିଯୁକ୍ତ ସିଭିଲଟାଉନସିପର ତାରିଣୀ ମନ୍ଦିର ନିକଟରେ ଲୁଟ କରିଥିଲେ। ଏନେଇ କଂପାନିର କ୍ୟାସ୍ ମ୍ୟାନେଜର୍ ଧନେଶ୍ବର ମହାନ୍ତି ଥାନାରେ ଏତଲା ଦେଇଥିଲେ। ଏସଂପର୍କରେ ରାଉରକେଲା ଏସପି ମୁକେଶ କୁମାର ଭାମୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

The post ରାଉରକେଲାରେ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣା: ତିନି ଅଭିଯୁକ୍ତ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/2PTYxz1