ଯାଜପୁର: କୋରେଇ ବ୍ଲକ୍ କରଦା ପଞ୍ଚାୟତ ସପିସାହି ଗ୍ରାମରେ ଅଗ୍ନିକାଣ୍ଡ ଫଳରେ ୮ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ୩ଟି ପରିବାରର ଘର ନିଆଁରେ ଜଳି ଯାଇଛି।

ଗ୍ରାମର ହରିହର ପଲେଇଙ୍କ ଗୁହାଳ ସମେତ ୩ ବଖରା, ନାରାୟଣ ମହାକୁଡଙ୍କ ୨ ବଖରା ଓ ପାଗଳ ବାରିକଙ୍କ ୩ ବଖରା ନିଆଁ ଆଁରେ ନଷ୍ଟ ହୋଇଯାଇଛି। ଫଳରେ ଘର ଭିତରେ ଥିବା ଆସବାବପତ୍ର, ଧାନଚାଉଳ,ସୁନାଗହଣା ଓ ଟଙ୍କା ପୋଡ଼ି ଯାଇଛି। ଏହା ଦ୍ବାରା ୩ ଜଣଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି। ଖବର ପାଇ ବୈତରଣୀ ରୋଡ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

The post ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3d2Dx0G