ରାୟଗଡ଼ା: ମୁନିଗୁଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଅଢେଇ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଦୁଇ ଲୁଟେରା ବ୍ଲାକ ପଲସରରେ ଆଖି ପିଛୁଳାକେ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

ମୁନିଗୁଡ଼ା ଥାନା ସରବାଲି ଗ୍ରାମର କ୍ଷେତ୍ର କୁମାର ଆଜି ସକାଳେ ମୁନିଗୁଡ଼ା ଷ୍ଟେଟବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇବା ପରେ ଏକ ବ୍ୟାଗରେ ଟଙ୍କା ନେଇ ‌ସେ ଏଚଡିଏଫସି ବ୍ୟାଙ୍କକୁ ଯାଉଥିଲେ। ଏହି ସମୟରେ ଲୁଟେରା ପଲସରରେ ଆସି ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ମୁନିଗୁଡ଼ା ପୁଲିସ ବ୍ଲକିଙ୍ଗ କରି ଲୁଟେରାଙ୍କୁ ଧରିବା ପାଇଁ ଚଢ଼ାଉ ଆରମ୍ଭ କରିଛି।

The post ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଅଢେଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3r6RWhy