କଟକ: ମଣିଷ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ଆଖି। ଖରାଦିନେ ଏହାର ଅଧିକ ଯତ୍ନନେବା ଆବଶ୍ୟକ ପଡ଼ିଥାଏ। ଖରା ଦିନରେ ସୂର୍ଯ୍ୟ କିରଣ ଅଧିକ ତୀକ୍ଷ୍ଣ ହୋଇଥିବାରୁ ଅଧିକ ସମୟ ଖରାରେ ରହିଲେ ଆଖି ପୋଡ଼ାଜଳା ପରି ସମସ୍ୟା ସମସ୍ତଙ୍କ ଠାରେ ଦେଖିବାକୁ ମିଳିଥାଏ। ଏହାର ଘରୋଇ ଉପଚାର ପାଇଁ ବିଭିନ୍ନ ଉପାୟ ରହିଛି। ସେଥିମଧ୍ୟରୁ କାକୁଡ଼ି ଓ ବିଲାତି ରସକୁ ବ୍ୟବହାର କଲେ ଉପଶମ ମିଳିଥାଏ। ପ୍ରଥମେ ବାହାରୁ ଖରାରୁ ଆସିବା ପରେ ଥଣ୍ଡା ପାଣିରେ ଆଖିକୁ ୪ରୁ ୫ ଥର ଧୋଇ ନିଅନ୍ତୁ। ତା’ ପରେ ୧୦ ରୁ ୧୨ ମିନିଟ୍ ସମୟ ପର୍ଯ୍ୟନ୍ତ ଆଖିକୁ ବନ୍ଦ କରି ରଖନ୍ତୁ। ଏଭଳି କରିବା ଦ୍ବାରା ଆଖି ସତେଜ ରହିବା ସହିତ ଆଖିର ଯନ୍ତ୍ରଣା କମ୍ ହୋଇଥାଏ। ସେହିଭଳି ଘରେ ରହିବା ସମୟରେ ବି ପ୍ରତି ଘଣ୍ଟାରେ ଥରେ ଆଖିକୁ ୧୦ ରୁ ୧୨ ମିନିଟ୍ ବନ୍ଦ କରି ରଖିଲେ ଆଖିକୁ ଆରାମ ମିଳିବା ସହ ଆଖି ଉପରେ ଅଧିକ ଚାପ ପଡ଼ିନଥାଏ।
କଂପ୍ୟୁଟରରେ କାମ କରିବା ସମୟରେ ବି ପ୍ରତି ଘଣ୍ଟାରେ କିଛି ସମୟ ଆଖି ବନ୍ଦ କରି ବସନ୍ତୁ ଅଥବା ଆଖିକୁ କଂପ୍ୟୁଟର ଉପରୁ ହଟାଇବାକୁ ଚେଷ୍ଟା କରନ୍ତୁ। ଆଖି ପୋଡ଼ାଜଳା କମାଇବା ପାଇଁ ଗୋଟିଏ ବିଲାତି ଓ କାକୁଡିକୁ କାଟି ଏକାଠି ଗ୍ରାଇଣ୍ଡିଂ କରି ତା’ର ରସକୁ ପତଳା କପଡ଼ାରେ ଛାଣି ବାହାର କରି ଗୋଟିଏ ପାତ୍ରରେ ରଖିବା ପରେ ଉକ୍ତ ରସକୁ ତୁଳାରେ ଭିଜାଇ ବନ୍ଦ ଆଖି ଉପରେ ୫ ରୁ ୭ ମିନିଟ ତୁଳାକୁ ଲଗାଇ ରଖନ୍ତୁ। ସେଥିରେ ଅନେକ ପରିମାଣରେ ଉପଶମ ମିଳିଥାଏ। ଗ୍ରୀଷ୍ମ ଋତୁରେ ଘରୁ ବାହାରକୁ ଯିବା ମାତ୍ରେ ଆଖିକୁ ଖରାର ପ୍ରକୋପରୁ ରକ୍ଷା କରିବା ପାଇଁ ବଜାରରେ ମିଳୁଥିବା ଭଲ ସନ୍ଗ୍ଲାସ ବ୍ୟବହାର କରିବା ସହିତ ଡାକ୍ତରଙ୍କ ପରାମର୍ଶକ୍ରମେ ଆଇ ଡ୍ରପ୍ ବ୍ୟବହାର କରିବା ଜୁରୁରୀ।
ଭୁରୁସ୍ମିତା ମହାନ୍ତି, ବିଉଟିସିଆନ୍
କ୍ଲେଓପାଟରା ସେଲୁନ୍, ଶଙ୍କରପୁର, ବାରିକସାହି
The post ଏଭଳି କଲେ କମିଥାଏ ଆଖି ପୋଡ଼ା ଜଳା, ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ first appeared on Sambad.
from ଜିଲ୍ଲା – Sambad https://ift.tt/38KBJbl
0 Comments