ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଉପରସାହି ନିକଟ ରାସ୍ତାକଡ଼ର ଏକ ଅଳିଆଗଦା ନିକଟରୁ ଦୁଇ ନବଜାତ ମୃତ ଶିଶୁ  ଉଦ୍ଧାର ହୋଇଛି। ଆଜି ସକାଳେ ରାସ୍ତା କଡ଼ ଅଳିଆ ଆବର୍ଜନା ଭିତରେ ଦୁଇ ନବଜାତ ଶିଶୁ ମୃତ ଦେହ ପଡ଼ିଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ । ଉଭୟ ଶିଶୁଙ୍କର ଦେହ କ୍ଷତାକ୍ତ ହେବା ସହିତ କୌଣସି ଜୀବଜନ୍ତୁ ଶରୀରର କିଛି ଅଂଶକୁ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା।

ମୃତ ଦୁଇ ଶିଶୁକୁ ଦେଖିବାକୁ ସ୍ଥାନୀୟ ତଥା ରାସ୍ତା ଦେଇ ଯାଉଥିବା ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। କେହି ମୃତ ନବଜାତ ଶିଶୁ ଜନ୍ମ କରି ରାସ୍ତାକଡ଼ ଅଳିଆ ଗଦାକୁ ଫିଙ୍ଗି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।  ମୃତ ନବଜାତ ପ୍ରାୟ ସାତ ମାସର ଗର୍ଭସ୍ଥ  ଶିଶୁ  ବୋଲି ଜଣାପଡ଼ିଛି। ମହୀଧରପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଅଳିଆଗଦାରୁ ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/3rRbpnB