ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ବୃଦ୍ଧା ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି।
ସୂଚନା ଅନୁସାରେ ବୃଦ୍ଧାଜଣକ ନିଜବାଡ଼ିରେ ମହୁଲ ଫୁଲ ଗୋଟାଇବା ପାଇଁ ଗଛ ମୂଳରେ ଥିବା ପତ୍ରକୁ ନିଆଁ ଲଗାଉଥିବା ସମୟରେ ପ୍ରଥମେ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା। ଅସାବଧାନତା ଯୋଗୁ ପରେ ଜଳୁ ଥିବା ନିଆଁ ଉପରେ ସେ ପଡ଼ି ଯାଇଥିଲେ। ମୃତ ବୃଦ୍ଧା ହେଲେ ମହେଶ୍ୱର ମହାନ୍ତଙ୍କ ପତ୍ନୀ ରୁକ୍ମିଣୀ ମହାନ୍ତ। ମହୁଲ ଫୁଲ ଗୋଟାଇବାକୁ ଯାଇ ଅସାବଧାନତା ଯୋଗୁଁ ନିଆଁରେ ପଡ଼ି ଯାଇ ଜୀବନ୍ତ ଦଗ୍ଧ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି।
The post କେନ୍ଦୁଝର ଜିଲ୍ଲାର କୋଠାଘର ଗ୍ରାମରେ ଅଭାବନୀୟ ଘଟଣା: ନିଆଁରେ ଜଳି ବୃଦ୍ଧା ଜୀବନ୍ତଦଗ୍ଧ first appeared on Sambad.
from ଜିଲ୍ଲା | Sambad https://ift.tt/3syb9Kk
0 Comments