ବାଲେଶ୍ୱର: କଥାରେ ଅଛି, ଅପନେ ଗଲି ମେ କୁତା ଭି ସେର ବନଜାତା ହେ। ଯିଏ ଯେତେ ବଳବାନ ହୋଇଥାଉ ନା କାହିଁକି, ସାମାନ୍ୟ କୁକୁରଟିଏ ବି ତା ନିଜ ଗଳି ବା ପରିସର ଭିତରେ ନିଜର ପତିଆରା ବା ପରାକାଷ୍ଠା ଦେଖାଇଥାଏ। ଏଭଳି ଏକ ଅନୁରୂପ ଘଟଣା ବୁଧବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅଞ୍ଚଳରେ।
କିଛିଦିନ ପୂର୍ବରୁ ନୀଳଗିରି ସହର ଭିତରେ ଭାଲୁ ପଶିଆସି ଖୁଲମଖୁଲ୍ଲା ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ। ଏଭଳି ଏକ ପରିସ୍ଥିତିରେ ଗତ ବିଳମ୍ବିତ ରାତିରେ ନୀଳଗିରି ବଜାରରେ ଥିବା ଡାକ୍ତରଖାନା ରାସ୍ତାରେ ଏକ ବିଶାଳ ଭାଲୁ ବୁଲୁଥିବା ଦେଖାଯାଇଥିଲା। ପରେ ଖାଦ୍ୟ ଅନ୍ୱେଷଣରେ କଚେରୀବଜାର ଦୁର୍ଗାମଣ୍ଡପ ପାଖରେ ବୁଲାବୁଲି କରୁଥିବା ବେଳେ ଦଳେ କୁକୁର ଜୋରରେ ଭୋକିବା ସହ ତାକୁ ଘେରି ଯାଇଥିଲେ। କୁକୁରଙ୍କର ଏଭଳି ରୂପ ଦେଖି ଭାଲୁଟି ଭୟଭୀତ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧାଇଁଥିଲା। ପରେ ଏହି ଭାଲୁଟି ସ୍ବର୍ଣ୍ଣଚୂଡ଼ ଜଙ୍ଗଲ ଭିତରକୁ ପଳେଇଥିବା ଜଣାପଡ଼ିଛି।
The post ମଧ୍ୟରାତ୍ରୀରେ ଜନବସତିକୁ ପଶି ଆସିଥିଲା ଭାଲୁ: ଗୋଡ଼ାଇ ଗୋଡ଼ାଇ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେଲେ ବୁଲାକୁକୁର first appeared on Sambad.from ଜିଲ୍ଲା | Sambad https://ift.tt/3fdtKYA
0 Comments