କଟକ : କଟକ ବଡ଼ ଡାକ୍ତରଖାନାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧା ରୋଗୀଙ୍କ ଉପରେ ସିଲିଂ ଫ୍ୟାନ ଖସି ପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଏସ୍‌ସିବି ସର୍ଜରି ବିଭାଗ ବର୍ଣ୍ଣ ୱାର୍ଡରେ ଶଯ୍ୟା ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଥିବା ପାର୍ବତୀ ଦାଶ(୭୮)ଙ୍କ ଉପରେ ଚଳନ୍ତା ସିଲିଂ ଫ୍ୟାନ୍‌ ଖସିପଡିବା ଫଳରେ ତାଙ୍କୁ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଛି। କିନ୍ତୁ ମହିଳାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିବାବେଳେ ସେଥିରୁ କୌଣସି କ୍ଷତ ନଥିବା ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏହି ଘଟଣାରେ ରୋଗୀଙ୍କ ସହିତ ଥିବା ସଂପର୍କୀୟ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାକୁ ନେଇ ଏସ୍‌ସିବି ଅଧୀକ୍ଷକଙ୍କ ନିକଟରେ ବୃଦ୍ଧାଙ୍କ ପୁଅ ପ୍ରଶାନ୍ତ ଦାଶ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରୋଗୀ ଓ ସଂପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

The post ଏସ୍‌ସିବିରେ ବୃଦ୍ଧାଙ୍କ ଉପରେ ଖସିପଡ଼ିଲା ପଙ୍ଖା, ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି first appeared on Sambad.



from ଜିଲ୍ଲା – Sambad https://ift.tt/3qulk0W