ଭଦ୍ରକ: ବିନା ଭକ୍ତରେ ଆରଡ଼ିରେ ଉଠିବ ମହାଦୀପ, ବାବା ଆଖଣ୍ଡଳମଣିଙ୍କ ହେବ ଜାଗର ଯାତ୍ରା। ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡ଼ିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ଦୋକାନ ବଜାର ପଡ଼େ। ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡ଼ିବ।

ବିନା ଭକ୍ତରେ କେବଳ ଶିବରାତ୍ରୀର ନୀତିକାନ୍ତି କରାଯିବ। ଭୋର ସାଢ଼େ ୪ଟା ବେଳେ ମହାଦୀପ ଉଠିବ। ଜାଗରର ଗୋଟିଏ ଦିନ ଆଗରୁ ଆରଡ଼ିରେ ୧୪୪ ଧାରା ଜାରି କରାଯିବ। ବାବା ଆଖଣ୍ଡଳମଣିଙ୍କ ପୀଠରେ ୧୦ ତାରିଖ ସକାଳ ୭ଟାରୁ ୧୨ ତାରଖି ସକାଳ ୭ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ। କରୋନା କଟକଣା ଭିତରେ ଜାଗର ଯାତ୍ରା ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 

The post ଶିବରାତ୍ରୀ ପାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଆରଡ଼ିରେ ଲାଗୁ ହେବ ୧୪୪ ଧାରା first appeared on Sambad.



from ଜିଲ୍ଲା – Sambad https://ift.tt/3eaSzDT