ରାଉରକେଲା: ଅବକାରୀ ବିଭାଗକୁ ଆଜି ବଡ଼ ଧରଣର ସଫଳତା ମିଳିଛି। ଦୀର୍ଘଦିନ ହେଲା ନକଲି ବିଦେଶୀ ମଦ ବିକ୍ରି କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୀଲ ସାହୁ, ପ୍ରେମ ବାହାଦୁର ଓ ରୋୟାନ ହୋରୋ। ଏମାନଙ୍କଠାରୁ ୧୪୦ ପେଟି, ଅର୍ଥାତ ୧୬୮୦ ବୋତଲ ନକଲି ମଦ ଜବତ ହୋଇଛି। ମଦ ପରିବହନରେ ନିୟୋଜିତ କାର (ଓଆର-୧୪-କ୍ୟୁ-୯୬୧୬)କୁ ମଧ୍ୟ ଜବତ କରାଯାଇଛି।

ଆଜି ପୂର୍ବାହ୍ନରେ ଅବକାରୀ ଇନ୍ସପେକ୍ଟର ସ୍ନେହଳତା ନାୟକଙ୍କ ନେତୃତ୍ୱରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଜୋଡ଼ାକୁଦରରେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ରୋୟାନର ଘରେ ମଦକୁ ଲୁଚାଇ ରଖାଯାଇଥିବାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।

The post ୧୪୦ ପେଟି ନକଲି ବିଦେଶୀ ମଦ ଜବତ, ୩ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3kNsV9r