
ବ୍ରହ୍ମପୁର: ଗତକାଲି ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଥିବା ଆମୋନିଆ ଗ୍ୟାସ ବୋଝେଇ ଟ୍ୟାଙ୍କରର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ସକାଳ ୭ ଟାରେ ପାରାଦୀପ ଓ ବିଶାଖାପାଟଣାରୁ ଅଗ୍ନିଶମ ବାହିନୀ, ଓଡ୍ରାଫ୍ଟ ଟିମ୍ ଓ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରୁଛି। ସେମାନେ ଖୁବ୍ ସତର୍କତାର ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତକାଲି ପାରାଦୀପରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଭିମୁଖେ ଯାଉଥବା ବେଳେ ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଳା-ହୁମା ମଧ୍ୟବର୍ତ୍ତୀ ସ୍ଥାନରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ୧୬ ନମ୍ବର ଜାତୀୟ ରାଜପଥରେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଆମୋନିଆ ଗ୍ୟାସ୍ ବୋଝେଇ ଟ୍ୟାଙ୍କରର ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଗ୍ୟାସ୍ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। କ୍ଷୟକ୍ଷତି ନେଇ କୌଣସି ସୂଚନା ନଥିବା ବେଳେ ଜାତୀୟ ରାଜପଥ ଦେଇ ଯାଉଥିବା ଲୋକେ ଭୟ ଆଶଙ୍କା କରୁଥିଲେ।ଜାତୀୟ ରାଜପଥ ୧୬ରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।
The post ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଥିବା ଆମୋନିଆ ଗ୍ୟାସ ବୋଝେଇ ଟ୍ୟାଙ୍କରର ଉଦ୍ଧାର କାର୍ଯ୍ୟ ଜାରି first appeared on Sambad.
from ଜିଲ୍ଲା – Sambad https://ift.tt/3kNgomJ
0 Comments