
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଯାଆନ୍ଦାପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ବେଳେ ଷ୍ଟୋଭ ଫାଟି ଯିବାରୁ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ମହିଳାଙ୍କ ନାମ ସସ୍ମିତା ଭୋଇ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଯାଆନ୍ଦାପଶି ଗ୍ରାମରେ ବସବାସ କରୁଥିବା କାର୍ତ୍ତିକ ଭୋଇଙ୍କର ପତ୍ନୀ ଆଜି ସକାଳ ୧୦ଟା ସମୟରେ ନିଜ ଘରେ ଷ୍ଟୋଭରେ ରୋଷେଇ କରୁଥିଲେ। ଏହି ସମୟରେ ଷ୍ଟୋଭଟି ହଠାତ ଫାଟି ଯାଇଥିଲା। ଆଉ ଘଟଣାସ୍ଥଳରେ ତାଙ୍କ ଦେହରେ ନିଆଁ ଲାଗିଯିବାରୁ ସସ୍ମିତା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
୫ବର୍ଷ ପୂର୍ବେ କାର୍ତ୍ତିକ ଭୋଇ ପରଜଙ୍ଗ ଥାନା ଅଧୀନ ମୁଣ୍ଡେଇଲ ଗ୍ରାମର ସର୍ବେଶ୍ୱର ଭୋଇଙ୍କର ଝିଅ ସସ୍ମିତା ଭୋଇଙ୍କୁ (ସୀମା )ବିବାହ କରିଥିଲେ। ତାଙ୍କର ୪ବର୍ଷ ଓ ୨ବର୍ଷର ଦୁଇଜଣ ପୁଅ ଅଛନ୍ତି । ଏହି ଅଘଟଣ ସମ୍ପର୍କରେ ଖବର ପାଇ ଗନ୍ଦିଆ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଜବତ କରିବା ସହିତ ତାଙ୍କର ସ୍ୱାମୀ କାର୍ତ୍ତିକକୁ ଥାନାକୁ ଆଣିଛନ୍ତି।
The post ରୋଷେଇ ବେଳେ ଫାଟିଲା ଷ୍ଟୋଭ: ମହିଳା ଜୀବନ୍ତ ଦଗ୍ଧ first appeared on Sambad.from ଜିଲ୍ଲା | Sambad https://ift.tt/2OTQCSf
0 Comments