ବୌଦ୍ଧ: ଗତରାତି ପ୍ରାୟ ୩ଟା ସମୟରେ ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ଖଜୁରିପଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଏବଂ ଗୋଟାଏ ଟ୍ରକ୍‌ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବାରୁ ଅନ୍ୟୂନ ୧୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଆହତମାନେ ହେଲେ ବସ୍‌ରେ ଯାତ୍ରା କରୁଥିବା ବ୍ୟକ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ‘ତିରୁପତି’ ନାମରେ ଏକ ଘରୋଇ ବସ୍‌ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଖଜୁରିପଡ଼ା ପାଖରେ ହୋଇଥିବା ବେଳେ ରାସ୍ତାର ବିପରୀତ ପଟରୁ ଆସୁଥିବା ଏକ ଟ୍ରକ୍‌ ସହ ବସ୍‌ଟି ମୁହାଁମୁହିଁ ଧକ୍କା ଖାଇଥିଲା।

ସ୍ଥାନୀୟ ଲୋକେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ୍‌ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ବୌଦ୍ଧରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ଯାତ୍ରୀ ଆହତ first appeared on Sambad.

from ଜିଲ୍ଲା | Sambad https://ift.tt/2P8fwNV