ସୁନ୍ଦରଗଡ଼: ଟାଉନଥାନା ଅନ୍ତର୍ଗତ ଭଵାନୀପୁର ବାଇପାସ ରୋଡରେ ଡକାୟତି ପାଇଁ ଯୋଜନା କରି ମାରଣସ୍ତ୍ର ସହ ପ୍ରସ୍ତୃତ ହେଉଥିବା ୫ ଜଣିଆ ଡକାୟତ ଦଳକୁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ କାଵୁ କରିଛି। ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ସହରର ମହମ୍ମଦ ମୋଵିନ, ଦେଵାଶିଷ ତନ୍ତୀ, ମନୀଷ ତନ୍ତୀ, ସିଦ୍ଧାର୍ଥ ପଣ୍ଡା ଓ଼ ସୁରେଶ କୁସୁମ। ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ୩ଟି ଭୁଜାଲି, ୩ ମୋବାଇଲ ୩ ବାଇକ, ଲଙ୍କା ଗୁଣ୍ଡ ସହ ନଗଦ ୧୪ ହଜାର ୧୭୦ ଟଙ୍କା ଜବତ କରାଯାଇଛି। ଆଜି ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ଵାଦିକ ସମ୍ମିଳନୀରେ ଏ ସମ୍ପର୍କିତ ସଵିଶେଷ ସୂଚନା ଦେଇଛନ୍ତି ସଦର ଏସଡିପିଓ ମଧୁସିକ୍ତା ମିଶ୍ର।

ପୁଲିସର ସୂଚନା ଅନୁସାରେ, ସୁନ୍ଦରଗଡ଼ ବାଇପାସ ରୋଡରେ ଚଳାଚଳ କରୁଥିବା କୋଇଲା ବୋଝେଇ ଟ୍ରକକୁ ଅଟକାଇ ଦୁର୍ଵୃତ୍ତମାନେ ଡ୍ରାଇଭର ମାନଙ୍କ ଠାରୁ ଲୁଟ କରୁଥିବା ଓ ପଥଚାରୀ, ବାଇକ୍ ଆରୋହୀଙ୍କୁ ଅଟକାଇ ଛିନତାଇ ଚଲାଇଥିବା ନେଇ ଅଭିଯୋଗ ରହିଥିଲା। ଶନିଵାର ରାତିରେ ୧୦ ଦୁର୍ଵୃତ୍ତ ବାଇପାସ ରାସ୍ତାରେ ପୁଣି ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବା ସମ୍ପର୍କରେ ପୁଲିସ ପାଟ୍ରୋଲିଂ ଟିମକୁ ଖବର ମିଳିଥିଲା।

ଏସଆଇ ସନ୍ତୋଷ କୁମାରୀ ସେଠୀଙ୍କ ନେତୃତ୍ଵରେ ଟିମ ସେଠାରେ ଚଢାଉ କରିଥିଲା। ଚଢାଉ ସମୟରେ ୫ ଜଣ ଯୁବକ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ୫ ଜଣ ପୁଲିସ ହାତରେ ପଡିଥିଲେ। ଦଫା ୩୯୯, ୪୦୨, ଆରଡବ୍ଲ୍ଯୁ ସେକ୍ସନ-୨୫ (୧-ବି)(ଏ) ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା ରୁଜୁ କରି ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଟାଉନଥାନାରେ ୧୦ଟି ଓ ରାଜଗାଙ୍ଗପୁର ଥାନାରେ ଗୋଟିଏ ସଂଗୀନ ମାମଲା ରହିଛି। ସେଥିରୁ କିଛି ଦୁର୍ବୃତ୍ତଙ୍କ ନାମରେ ଦୁଷ୍କର୍ମ, ଗଂଜେଇ ଚୋରା ଚାଲାଣ ମାମଲା ରହିଥିବା ଏସଡିପିଓ ମଧୁସିକ୍ତା ମିଶ୍ର ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ବିବତ୍ସ କୁମାର ପ୍ରଧାନ, ଏସଆଇ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

The post ସୁନ୍ଦରଗଡ଼ କଲେଜ ଵାଇପାସରେ ଡକାୟତି ଯୋଜନା: ୫ ଗିରଫ, ୩ ବାଇକ୍ ଓ ବହୁ ମାରଣାସ୍ତ୍ର ଜଵତ first appeared on Sambad.

from ଜିଲ୍ଲା | Sambad https://ift.tt/2Pyr50S