
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଢ଼େପାପଲ୍ଲୀ ଗ୍ରାମର ହରିଜନ ସାହିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏତେ ଜୋରରେ ନିଆଁ ବ୍ୟାପି ଥିଲା ଯେ ତାକୁ ଗ୍ରାମବାସୀ ଆୟତ୍ତ କରିପାରିନଥିଲେ। ଖବର ପାଇ ସୋରଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।
The post ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3tZtGQ5
0 Comments