
ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡ଼ା ଗାଁ ମୁଣ୍ଡରେ ଥିବା ଏକ ପୁରାତନ ବରଗଛରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଛି। ଗାଁର ଢିକିଢିକିଆଠାରେ ରାସ୍ତାକଡ଼ରେ ଥିବା ଏହି ବରଗଛଟି ଦେଢ଼ଶହ ବର୍ଷର ପୁରୁଣା ବୋଲି ଜଣାପଡ଼ିଛି।ଏହି ଝଙ୍କାଳିଆ ବରଗଛରେ ଅନେକ ପକ୍ଷୀ ଓ ଜୀବଜନ୍ତୁ ଆଶ୍ରୟ ନେଇଛନ୍ତି। କେହି ନିଆଁ ଲଗାଇ ଦେବାରୁ ଗଛଟି ଜଳିଯାଉଥିଲା।
ସ୍ଥାନୀୟ ଲୋକମାନେ ଖବର ଦେବା ପରେ ଗତକାଲି ସନ୍ଧ୍ୟାରୁ ବିଳମ୍ବିତ ରାତି ୨ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲେ। ପୁଣି ସୋମବାର ଦିନ ନିଆଁ ଲାଗିଥିବା ଜଣାପଡିବା ପରେ ପୁନର୍ବାର ଆସି ନିଆଁକୁ ଆୟତ୍ତ କରିଥିଲେ। ବରଗଛରୁ ନିଆଁ ନିକଟସ୍ଥ ଜନବସତି ଆଡ଼କୁ ବ୍ୟାପିବାର ଆଶଙ୍କା ଥିଲା। ଫଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
The post ବରଗଛରେ ନିଆଁ, ଅଗ୍ନିଶମ ବାହିନୀ ନାକେଦମ first appeared on Sambad.from ଜିଲ୍ଲା | Sambad https://ift.tt/3u3riIe
0 Comments