କାଳିଆପାଣି : ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ହନୁମାନ ମନ୍ଦିର ପରିସରରେ ନିଆରା ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଛି। ଗାଁର ମେଗା ଜଳ ବିଶୋଧନାଗାରରେ କାମ କରୁଥିବା ସେକ୍‌ ଇସମାଇଲ୍‌ଙ୍କ ନେତୃତ୍ବରେ ସେକ୍ ଅସ୍ରଫୁଲ, ତାରିକ୍ ସେଖ୍‌, ରାଜେଶ ମୁଲ୍ଲା, ମଇଦୁଲ ମୁଲ୍ଲା, ସେକ୍‌ ମୁଲ୍ଲାଅଲ୍ଲୀ, ସୁମନ ହାଲଦାର, ଦୀପକ ମାଝି, ସୁଶାନ୍ତ ଦେହୁରୀ, ଅକ୍ଷୟ ନାୟକ ଓ ଦୀପକ ଦେହୁରୀ ଆଜି ସକାଳୁ ଗାଁ ମୁଣ୍ଡରେ ଥିବା ହନୁମାନ ମନ୍ଦିର ପରିସର ସଫେଇ କରିଥିଲେ। ଏଥିରେ ଉତ୍ସାହିତ ହୋଇ ଶ୍ରୀଗଣେଶ କ୍ଲବ ସଂଯୋଜକ ନରେଶ ଚନ୍ଦ୍ର ପ୍ରଧାନ ଓ ସଂପାଦକ ସୁଧାଂଶୁ ଶେଖର ପାତ୍ର ଓ ସଦସ୍ୟମାନେ ସଫେଇରେ ସାମିଲ ହୋଇଥିଲେ। ସଫେଇ ପରେ ଉଭୟ ସଂପ୍ରଦାୟ ମିଶି ହୋଲି ଖେଳିଥିଲେ। ପରସ୍ପରକୁ ରଙ୍ଗ ଅବିର ବୋଳି ଶୁଭେଚ୍ଛା ଜଣାଇବା ସହ ମିଷ୍ଠାନ୍ନ ଖୁଆଇଥିଲେ।

The post ନିଆରା ଭାଇଚାରାର ନିଦର୍ଶନ : ମନ୍ଦିର ସଫେଇ କଲେ, ହୋଲି ଖେଳିଲେ ହିନ୍ଦୁ-ମୁସଲିମ୍ first appeared on Sambad.

from ଜିଲ୍ଲା | Sambad https://ift.tt/3wbcAAL