ହାଟଡ଼ିହି: ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ୨୫ରୁ ଉର୍ଦ୍ଧ୍ଵ ଯାତ୍ରୀ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ହାଟଡ଼ିହି ତହସିଲ ଛକ ନିକଟରେ । ଭଦ୍ରକରୁ ଖିଚିଂ ଯାଉଥିବା ଶ୍ରୀଲକ୍ଷ୍ମୀ ବସ୍ ହାଟଡିହି ତହସିଲ୍ ଛକ ନିକଟରେ ସର୍ଟସର୍କିଟ୍‌ ଯୋଗୁ ବସରେ ନିଆଁ ଲାଗି ଯାଇଥିଲା। ବସ୍‌ ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରିଥିଲା। ଫଳରେ ଭୟଭୀତ ହୋଇ ଡ୍ରାଇଭର୍ ବସ୍‌କୁ ସେଠାରେ ବନ୍ଦ୍ କରି ଦେଇଥିଲେ। ଯାତ୍ରୀ ମାନେ ବସ୍‌ରୁ ଓହ୍ଲାଇ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକମାନେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ଛେନାପଦିରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା ।

The post ସର୍ଟସର୍କିଟ୍‌ରୁ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଯାତ୍ରୀ first appeared on Sambad.



from ଜିଲ୍ଲା – Sambad https://ift.tt/3qvMhkS