
ଯୋରନ୍ଦା: ଢେଙ୍କାନାଳ ଜିଲ୍ଲାର ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ପାତୁ ସାହୁ କାଟେଣି ନିକଟରେ ଦୁର୍ଘଟଣା ଘଟିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଏମାନେ ସମସ୍ତେ କାଲୁରିଆ ଗ୍ରାମର ବାସିନ୍ଦା ବୋଲି ଜଣାଯାଇଛି। ଗତ ରାତ୍ର ୧ଟାରୁ ୨ ମଧ୍ୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ୩ଜଣ ଯୁବକ ଗୋଟିଏ ବାଇକରେ ଦୋଳ ଅପେରା ଦେଖି ନିଜ ଗ୍ରାମକୁ ଫେରୁଥିବା ବେଳେ କାଲୁରିଆ ଆଡୁ ଯାଉଥିବା ଗୋଟିଏ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଏ ସଂପର୍କରେ ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝିଙ୍କୁ ପଚାରିବାରେ ଘଟଣା ଘଟିଥିବା ଜାଣିଥିଲେ ମଧ୍ୟ ସଠିକ ତଥ୍ୟ ନଥିବା କହିଥିଲେ।
The post ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକଙ୍କର ମୃତ୍ୟୁ, ଜଣେ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3u0nA20
0 Comments