
ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ତିନି ପୁଲିସ ଅଧିକାରୀ ଡିଜିପି ସମ୍ମାନ ପାଇବେ ବୋଲି ଜଣାଯାଇଛି। ଉଲ୍ଲେଖନୀୟ କାର୍ଯ୍ୟ, କଠିନ ପରିଶ୍ରମ ପାଇଁ ଏହି ତିନି ପୁଲିସ ଅଧିକାରୀ ଆଜି ଏହି ସମ୍ମାନରେ ସମ୍ମାନିତ ହେବେ।
ନୂଆପଡ଼ା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଏସ ଆଇ ଦେବାଶିଷ ରାଉତ ଏବଂ ଏସଆଇ ଆଦିତ୍ୟ ମହାକୁଡ଼ ଡିଜିପି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି।
ବିଭିନ୍ନ ମହଲରୁ ନୂଆପଡ଼ା ପୁଲିସର ଏହି ସଫଳତା ନେଇ ଶୁଭେଚ୍ଛା ବାର୍ତ୍ତା ହସ୍ତଗତ ହୋଇଥିବା ଜଣାପଡ଼ିଛି। ଦିନକୁ ଦିନ ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିପାରିଛି। ଟୁଇଟ ଜରିଆରେ ନୂଆପଡ଼ା ଏସପି ରାହୁଲ କୁମାର ଜୈନ ସୂଚନା ଦେଇଛନ୍ତି।
The post ନୂଆପଡ଼ା ଜିଲ୍ଲାର ତିନି ପୁଲିସ ଅଧିକାରୀ ପାଇବେ ଡିଜିପି ସମ୍ମାନ first appeared on Sambad.
from ଜିଲ୍ଲା | Sambad https://ift.tt/3fuPS0q
0 Comments