ହେମଗିର: ସୁନ୍ଦରଗଡ଼ ଜିଲ୍ଲାର ହେମଗିର ରେଞ୍ଜ ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ବୁଢ଼ା ହାତୀର ଗଳିତ ଶବ ଉଦ୍ଧାର କରାଯାଇଛି। ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲର ଡୁଙ୍ଗାଖୋଳ ଠାରେ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି। ଗୋଟିଏ ସପ୍ତାହ ପୂର୍ବରୁ ତାର ମୃତ୍ୟୁ ଘଟିଥିବା କୁହାଯାଇଛି।

ଦନ୍ତାର କିପରି ମୃତ୍ୟୁ ହୋଇଛି, ସେଥିନେଇ ବନ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।  ତେବେ  ହାତୀପଲଙ୍କ ଭିତରେ ସଂଘର୍ଷ ଘଟି ଦନ୍ତାର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି।

The post ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରୁ ବୁଢ଼ା ହାତୀର ଗଳିତ ଶବ ଉଦ୍ଧାର  first appeared on Sambad.

from ଜିଲ୍ଲା | Sambad https://ift.tt/3w4oD2M