ପୁରୀ: ଶ୍ରୀମନ୍ଦିରରେ ଆଜି ସକାଳେ ପଶ୍ଚିମଦ୍ୱାର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଜନୈକ ସେବାୟତଙ୍କ ଉପରେ ଖସି ପଡ଼ିବାରୁ ସେ ଆହତ ହୋଇଛନ୍ତି। ଏହି ସେବାୟତ ଜଣକ ହେଲେ କୁନୁ ମହାପାତ୍ର।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୁନୁ ମହାପାତ୍ର ନୃସିଂହ ମନ୍ଦିରରେ ଥିବା ବେଳେ ହଠାତ ତାଙ୍କ ଗୋଡ଼ ଉପରେ ମୂର୍ତ୍ତି ଖସି ପଡ଼ିଥିଲା। ଆଘାତପ୍ରାପ୍ତ ହୋଇ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।
The post ଶ୍ରୀମନ୍ଦିରରେ ଖସିପଡ଼ିଲା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି; ସେବାୟତ ଆହତ first appeared on Sambad.from ଜିଲ୍ଲା | Sambad https://ift.tt/3ryio3M
0 Comments