
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଫ୍ରିଜର କଂପ୍ରେସର ଫାଟି ଘରେ ଲାଗିଲା ନିଆଁ ଲାଗିବା ଫଳରେ ଘର ଜଳିଯାଇଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ପଟେଲ କଲୋନୀସ୍ଥିତ କମଳ ଜୈନଙ୍କ ଘରେ।
ଘରେ ଆଜି ସକାଳୁ ଫ୍ରିଜରେ ଥିବା କଂପ୍ରେସରଟି ଫାଟିଯିବାରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଖଟରେ ନିଆଁ ଲାଗିବା ପରେ ଧୀରେ ଧୀରେ ପୁରା ଘର ଜାଳି ଯାଇଥିଲା। ଏତିକି ସମୟରେ ଆଖ ପାଖଥିବା ପଡ଼େଶୀମାନେ କମଳ ଜୈନଙ୍କ ଘରକୁ ଆସି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ନିଆଁରେ ଜଳିଯାଇଥିବା ଜଣାଯାଇଛି। ବେଡ ରୁମ ସହ ଡ୍ରଇଂ ରୁମ ଏବଂ ରେଷେଇ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ କଣ୍ଟାବାଞ୍ଜି ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
The post ଫ୍ରିଜର କଂପ୍ରେସର ଫାଟି ଘରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3m1WzZl
0 Comments